ମୁଁ ପରା ଲେଖକ
ଲେଖା ମୋ ଜୀବନ
ତା ବିନା ବଞ୍ଚି ମୁଁ ପାରେନା....
ସାହିତ୍ୟ ସାଧନେ
ଅବ୍ୟାହତ ରହି
ଭୁଲି ଯିବି ସବୁ ଯାତନା ।
ଲେଖା ନୂହେଁ ପେଷା
ଲେଖା ଅଟେ ନିଶା
ପୋଷେ ନାହିଁ ମୋର ପେଟ..
ଲେଖା ପାଇଁ ଜନ୍ମ
ଲେଖାରେ ମରଣ
ଏ ତ ମୋ ନିରୋଳା ବାଟ ।
ଏ ସାମାଜ ପଛେ
କଳଙ୍କିତ କହୁ
ଲେଖନୀ ବଜର ହେଉ ...
ସମାଜର ହିତ
ଅବା ହେଉ ଦୁଃଖ
ସଦା ମୋ ଲେଖାରେ ଥାଉ ।
ଜଗତ ର ହିତ
ନିଶ୍ଚୟ ସମ୍ଭବ
ସାହିତ୍ୟ ତା ମେରୁଦଣ୍ଡ
ସେଥିପାଇଁ ପରା
ଜଗତେ କହନ୍ତି
କବି ତୁଣ୍ଡ ମେଣ୍ଢା ମୁଣ୍ଡ ।
ଲୋଡ଼ା ନାହିଁ ମୋର
ପାର୍ଥିବ ସମ୍ମାନ
ଉପାଧି ଓ ମାନପତ୍ର...
ପୁରସ୍କାର ଆଦି
ସାହିତ୍ୟ ଉପାଧି
ଏ ସବୁ କ୍ଷଣିକ ମାତ୍ର ।
ଲେଖକର ମାନ
ମୋ ପାଇଁ ସମ୍ମାନ
ହେଇଯିବ ମନ ତୋଷ...
ଜୀବନରେ କେବେ
ଲେଖକ ଟେ ବୋଲି
ରହିବନି ଅବଶୋଷ ।
ଯୋଗେଶ୍ୱର ଗହୀର
କେସିଙ୍ଗା, କଲାହାଣ୍ଡି,
ମୋ - 8249405395


0 Comments